ବୀର ସାବରକର ଓ ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ବିବାଦ

କର୍ଣ୍ଣାଟକରେ ବୀର ସାବରକର ଟିପୁ ସୁଲତାନଙ୍କ ବ୍ୟାନରକୁ ନେଇ ଗଣ୍ଡଗୋଳ ହୋଇଛି। ଶିବମୋଗାରେ ସାବରକର ଏବଂ ସୁଲତାନଙ୍କ ବ୍ୟାନର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ ପିଟା ହେବା ପରେ ସହରରେ ଧାରା ୧୪୪ ଲାଗୁ ହୋଇଛି।

ସୂଚନା ମୁତାବକ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକର ଆମୀର ଅହମ୍ମଦ ଛକରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଏକ ଗୋଷ୍ଠୀ  ସାବରକରଙ୍କ ବ୍ୟାନର୍‌ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ସେହି ଖୁଣ୍ଟରେ ଟିପୁ ସୁଲତାନଙ୍କୁ ବ୍ୟାନର ଲଗାଇବାକୁ ଉକ୍ତ ଗୋଷ୍ଠୀ ଚାହୁଥିଁଲା।