ଭୂକମ୍ପରେ ଥରିଲା ଲେହ ଲଦାଖ
ଲେହ ଲଦାଖ ଅଞ୍ଚଳରେ ସୋମବାର ସକାଳୁ ସକାଳୁ ୩.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନସିଏସ) ଅନୁଯାୟୀ, ଏହି ଭୂକମ୍ପ ଆଜି ଭୋର ୪:୩୨:୫୮ ରେ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲେହ ଲଦାଖରେ ୩୪.୩୫ ଉତ୍ତର ଅକ୍ଷାଂଶ ଏବଂ ୭୮.୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା, ଯାହାର ଗଭୀରତା ୧୦ କିଲୋମିଟର ଥିଲା । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଭୂକମ୍ପ ଝଟକା ଅନୁଭବ ହେବା ମାତ୍ରେ ଅଧିକାଂଶ ଲୋକ ନିଦରୁ ଉଠି ଘରୁ ବାହାରକୁ ଆସିଯାଇଥିଲେ। ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।