ଟିମ୍ ଇଣ୍ଡିଆର ମିଶନ୍ ବିଶ୍ୱକପ୍

ଭାରତୀୟ ଟିମ୍ ବିଶ୍ୱକପ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ବାହାରି ସାରିଛି । ତେବେ ମୁମ୍ବାଇ ବିମାନ ବନ୍ଦରରୁ ଦଳ ସିଧା ଯାଇ ପର୍ଥରେ ପହଞ୍ଚିଛି । ବିଶ୍ୱକପରେ ଭାରତୀୟ ଟିମ୍ ସୁପର-୧୨ ଗ୍ରୁପର ଗ୍ରୁପ ୨ରେ ରହିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ସହିତ ପାକିସ୍ତାନ, ସାଉଥ୍ ଆଫ୍ରିକା ଓ ବାଂଲାଦେଶ ରହିଛନ୍ତି । ତେବେ କ୍ୱାଲିଫାଇଙ୍ଗ ମ୍ୟାଚ୍ ପରେ ଆଉ ଦୁଇଟି ଟିମ୍ ଏହି ଗ୍ରୁପରେ ଯୋଗ ଦେବେ ।କିଛି ଦିନ ତଳେ ହିଁ ଭାରତୀୟ ଟିମ୍ ନିଜ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ତୃତୀୟ ଟି-୨୦ରେ ପରାସ୍ତ ହୋଇଥିଲେ ବି ଦଳ ୨-୧ରେ ସିିରିଜ୍ କବଜା କରିଛି । ତେଣୁ ଏକ ଦୃଢ ମନୋବଳ ସହ ଦଳ ବିଶ୍ୱକପରେ ଯୋଗ ଦେବାକୁ ବାହାରିଛି ।

ଭାରତକୁ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂକୁ ଉନ୍ନତ କରିବାକୁ ପଡ଼ିବ ।  କେବଳ ବ୍ୟାଟିଂ ବଳରେ ବଡ଼ ସ୍କୋର କରିବା ପରେ ବିଶ୍ୱକପ ଜିତିବା ସମ୍ଭବ ନୁହେଁ।  ଶେଷ ଚାରି ଓଭର  ବୋଲିଂ ବର୍ତ୍ତମାନ ଭାରତର ସବୁଠାରୁ ବଡ଼ ସମସ୍ୟା ।  ଏସିଆ କପରୁ ଭାରତ ଡେଥ ବୋଲିଂକୁ ନେଇ ପୂର୍ବ କ୍ରିକେଟରମାନେ ସତର୍କ କରାଇଛନ୍ତି । ବୁମରାଙ୍କୁ ଛାଡିଦେଲେ କୈାଣସି ବୋଲର ଶେଷ ଚାରି ଓଭରରେ ରନ କମ ଖର୍ଚ କରିପାରୁନାହାଁନ୍ତି ।

ଭାରତ ବଡ଼ ସ୍କୋର କରିପାରିବ । କାରଣ  ରୋହିତ, ରାହୁଲ, ବିରାଟ, ସୂର୍ଯ୍ୟକୁମାର, ପନ୍ତ, ଦିନେଶ କୁମାର, ହାର୍ଦ୍ଦିକ ଙ୍କ ଭଳି ଭଲ ବ୍ୟାଟସମ୍ୟାନ ପୂର୍ବରୁ ତାଙ୍କର କ୍ଷମତା ଦେଖାଇଛନ୍ତି । ଭାରତ ବଡ଼ ସ୍କୋର କରିବାରେ ଅସୁବିଧା ନାହିଁ । ଭାରତର ସବୁ ବ୍ୟାଟସମ୍ୟାନ ଏବେ ଭଲ ଫର୍ମରେ ରହିଛନ୍ତି ।

ଆହତ ଯୋଗୁଁ ବୁମରା ଏବେ ମ୍ୟାଚ ଖେଳିବେ ନାହିଁ । ଟି-୨୦ ବିଶ୍ୱକପରୁ ସେ ବାଦ ପଡ଼ିବା ଟିମ ଇଣ୍ଡିଆ ପାଇଁ  ବଡ଼ ଝଟକା। ବିଶ୍ୱକପ ଟିମରେ ଷ୍ଟାଣ୍ଡବାଇ ଭାବେ ମହମ୍ମଦ ଶାମି ଓ ଦୀପକ ଚହର ଅଛନ୍ତି। ସାମି ତାଙ୍କ ବଦଳ ଖେଳାଳି ହେବେ ବୋଲି କୋଚ ରାହୁଲ ଦ୍ରାବିଡ କହିଛନ୍ତି । ଅନ୍ୟ ଖେଳାଳିମାନେ ଏସିଆ କପ ସହ ଗତ ଦୁଇଟି ସିରିଜରେ ଅତ୍ୟନ୍ତ ଖରାପ ବୋଲିଂ କରିଛନ୍ତି । ବିଶେଷ କରି ଶେଷ ଚାରି ଓଭରରେ ଭାରତର ବୋଲିଂ ନୈରାଶ୍ୟଜନକ ରହିଛି । ଅନ୍ୟପଟେ ଶାମି ଭାରତ ପାଇଁ ଚଳିତ ବର୍ଷ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ଖେଳି ନାହାନ୍ତି। ମହମ୍ମଦ ସିରାଜଙ୍କ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ରେ ଢେର ରନ ବ୍ୟୟ କରିଛନ୍ତି। ଭୁବନେଶ୍ବର କୁମାର ମଧ୍ୟ ଶେଷ ଓଭରରେ ପ୍ରବଳ ମାଡ଼ ଖାଉଛନ୍ତି । ଏସିଆ କପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭାରତୀୟ ବୋଲରମାନେ ଡେଥ ଓଭର ଗୁଡ଼ିକରେ ପ୍ରବଳ ରନ ଖର୍ଚ୍ଚ କରିଛନ୍ତି। ଭୁବନେଶ୍ୱର କୁମାର ସବୁଠାରୁ ଅଭିଜ୍ଞ ବୋଲର। ହେଲେ ସେ ଏକାଧିକ ମ୍ୟାଚ୍‌ର ୧୯ମ ଓଭରରେ ଅଧିକ ରନ ଦେବାରୁ ଭାରତକୁ ମ୍ୟାଚ ହାରିବାକୁ ପଡ଼ିଛି।