ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଅର୍ଥାତ୍ ଆଜି ଆମେରିକା ଯାଇଛନ୍ତି। ପ୍ରଦାନମନ୍ତ୍ରୀ ମୋଦୀ ୨୧ ରୁ ୨୪ ଜୁନ୍ ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ରାଜ୍ୟ ଗସ୍ତକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ବିଷୟରେ ଟ୍ୱିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଆମେରିକା ଛାଡି ମୁଁ ନ୍ୟୁୟର୍କ ସିଟି ଏବଂ ୱାଶିଂଟନ୍ ଡିସିରେ କାର୍ଯ୍ୟକ୍ରମରେ ଭାଗ ନେବି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ, ଜୋ ବାଇଡେନଙ୍କ ସହ ଆଲୋଚନା ଏବଂ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଏବଂ ଆହୁରି ଅନେକ କିଛି ରହିଛି।
ଏହା ବ୍ୟତୀତ ସେ ଟ୍ୱିଟ କରି କହିଛନ୍ତି ଯେ, ଆମେରିକାରେ ମୁଁ ବ୍ୟବସାୟ ନେତାମାନଙ୍କୁ ଭେଟିବା, ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗ କରିବା ଏବଂ ବିଭିନ୍ନ ବର୍ଗର ଚିନ୍ତକଙ୍କୁ ଭେଟିବାର ସୁଯୋଗ ପାଇବି। ବାଣିଜ୍ୟ, ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଆମେ ଭାରତ-ଆମେରିକା ସମ୍ପର୍କକୁ ଗଭୀର କରିବାକୁ ଚାହୁଁଛୁ।