କେତେକ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ – ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଅଧ୍ୟକ୍ଷତା କରିଛନ୍ତି । ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି. କେ. ପଲ୍ ମଧ୍ୟ ଉପସ୍ଥିତ ଥିଲେ ।ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟର ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଆରୁଣାଚଳ ପ୍ରଦେଶ) ଶ୍ରୀ ଆଲୋ ଲିବାଙ୍ଗ; ଶ୍ରୀ ବ୍ରଜେଶ ପାଠକ, ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତର ପ୍ରଦେଶ); ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତରାଖଣ୍ଡ) ଶ୍ରୀ ଧନ ସିଂହ ରାୱତ ଶାରୀରିକ ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିନେଶ ଗୁଣ୍ଡୁ ରାଓ, ସ୍ୱାସ୍ଥ୍ୟ ମନ୍ତ୍ରୀ (କର୍ଣ୍ଣାଟକ); ଶ୍ରୀ ଅନୀଲ ଭିଜ୍, ସ୍ୱାସ୍ଥ୍ୟ ମନ୍ତ୍ରୀ (ହରିୟାଣା); ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (କେରଳ), ଶ୍ରୀ ବିଶ୍ୱଜିତ ପ୍ରତାପ ସିଂହ ରାଣେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଗୋଆ); କେଶବ ମହାନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ (ଆସାମ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ମନ୍ତ୍ରୀ (ଝାଡ଼ଖଣ୍ଡ); ବଲବୀର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ପଞ୍ଜାବ); ଶ୍ରୀ ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଦିଲ୍ଲୀ); ଡଃ (କର୍ଣ୍ଣେଲ) ଧନୀ ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟ ମନ୍ତ୍ରୀ (ହିମାଚଳ ପ୍ରଦେଶ); ତାନାଜୀରାଓ ସାୱନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମହାରାଷ୍ଟ୍ର); ଶ୍ରୀ ଦାମୋଦର ରାଜ ନରସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ତେଲଙ୍ଗାନା); ଡାକ୍ତର ସପମ ରଞ୍ଜନ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମଣିପୁର); ନିରଞ୍ଜନ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଓଡ଼ିଶା); ଶ୍ରୀ ରଙ୍ଗାସ୍ୱାମୀ, ପ୍ରଶାସକ (ପୁଡୁଚେରୀ); ଉପସ୍ଥିତ ଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ