ଆଇପିଏଲରେ ଆଜି ଯୁଗଳ ଲଢ଼େଇ । ହାଇଦ୍ରାବାଦ-ରାଜସ୍ଥାନ, ଚେନ୍ନାଇ-ମୁମ୍ବାଇ ହେବେ ମୁହାଁମୁହିଁ । ସନ୍ରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅପରାହ୍ଣ ୩ଟା ୩୦ରୁ ଖେଳାଯିବ । ସେହିପରୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ରାତି ୭ଟା ୩୦ରୁ ଖେଳାଯିବ । ଦୁଇଟି ଯାକ ହାଇପ୍ରୋଫାଇଲ୍ ମ୍ୟାଚ୍ ହୋଇଥିଲା ବେଳେ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ହାଇଦ୍ରାବାଦ ବିଜୟରୁ ତାର ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ।
ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀଙ୍କ ଉପସ୍ଥିତିରେ ଦଳ ଏଥର ବିଜେତା ହେବା ଦୌଡ଼ରେ ସାମିଲ ହୋଇପାରେ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ ଅଙ୍ଗୁଳିରେ ଆଘାତ ଲାଗିଥିବାରୁ ସଞ୍ଜୁ ସାମସନଙ୍କ ସ୍ଥାନରେ ରିୟାନ ପରାଗ ରାଜସ୍ଥାନ ରୟାଲ୍ସର ଅଧିନାୟକ ଦାୟିତ୍ବ ତୁଲାଇବେ। ରାଜସ୍ଥାନ ପାଖରେ ମଧ୍ୟ ସିମରନ୍ ହେଟମାୟର, ଯଶସ୍ବୀ ଜୟସ୍ବାଲ, ଶିବମ ଦୁବେଙ୍କ ଭଳି ଖେଳାଳି ଅଛନ୍ତି। ସେହିଭଳି ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ହେଉଛନ୍ତି ଆଇପିଏଲ୍ର ଦୁଇ ଲୋକପ୍ରିୟ ଦଳ। ଏହି ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।