ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ପୁଲିସ୍ ଏନକାଉଣ୍ଟରରେ ନିହତ
ଝାନସୀ: ପୂର୍ବତନ ସାଂସଦ ଅତିକ ଅହମଦଙ୍କ ପୁଅ ଅସଦ ଅହମଦ ପୁଲିସ୍ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟା ମାମଲାରେ ପୁଲିସ୍ ତାଙ୍କୁ ଖୋଜୁଥିଲା। ଅସଦ ଅହମଦଙ୍କ ସହିତ ଆଉ ଜଣେ ଅଭିଯୁକ୍ତ ମହମ୍ମଦ ଗୁଲାମ ମଧ୍ୟ ଏହି ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି। ଝାନସୀରେ ଉତ୍ତର ପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସର ଏନ୍କାଉଣ୍ଟରରେ ଏହି ଦୁଇ ଜଣ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ମୋଟ ୪୨ ରାଉଣ୍ଡ ଗୁଳି ଫାୟାର ହୋଇଥିଲା। ସେମାନଙ୍କ ଠାରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ନୂଆ ମୋବାଇଲ ଫୋନ ଓ ଅନେକ ସିମ୍ କାର୍ଡ ଜବତ କରାଯାଇଛି।