ନିର୍ବାଚନୀ ଘୋଷଣା ପତ୍ରରେ ସ୍ଥାନ ପାଉନି ଜନତାଙ୍କ ଦୁଃଖ

ଭାରତରେ ଏବେ ଦେଖା ଦେଉଛି ଘୋର ଜଳ ସଂକଟ । ସାଧାରଣ ଲୋକ ମାନଙ୍କୁ ଟ୍ୟାଙ୍କରରୁ ପାଣି ଆଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିବାକୁ ପଡ଼ୁଛି । ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ବର୍ଷାର ଅଭାବ ଓ ମରୁଡ଼ି ଜନିତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଲୋକମାନେ ମନ ଇଚ୍ଛା ଜଳ ଅପଚୟ କରୁଥିବାରୁ କ୍ରମଶଃ ଜଳ ସ୍ଥର ମଧ୍ୟ କମିବାରେ ଲାଗିଛି । ଖାସ କରି ଗରମ ଦିନ ପାଣିକୁ ନେଇ କସରତ ଆରମ୍ଭ ହୋଇ ଯାଉଛି । ବିଶ୍ୱର ସମ୍ପୁର୍ଣ୍ଣ ଜନସଂଖ୍ୟାର ୧୭ ପ୍ରତିଶତ ଭାରତରେ ରହୁଥିବା ବେଳେ ପିଇବା ପାଇଁଁ କେବଳ ୪ ପ୍ରତିଶତ ମଧୁର ଜଳ ରହିଛି । ତେବେ ୧୪୦ କୋଟି ଜନତା ବିଶିଷ୍ଟ ଏହି ଦଶର ପ୍ରାୟ ୩୫ କୋଟି ଲୋକ ଏବେ ମଧ୍ୟ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ଏ କଥା ଆମେ ନୁହେଁ ଦେଶରେ ଚାଲିଥିବା ଉକ୍ରଟ ଜଳ ସମସ୍ୟା କହୁଛି । ପେରିକି ଦେଶର ଥିଙ୍କ୍ ଟ୍ୟାଙ୍କ୍ ନିତି ଆୟୋଗ ମଧ୍ୟ ନିଜ ରିପୋର୍ଟରେ ଏହା ଜଣାଇ ସାରିଲାଣି ।କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକି ଭାରତର ବଡ଼ ବଡ ନେତା ସ୍ୱଚ୍ଛ ପାନୀୟ ଜଳର ଅଭାବ ପ୍ରସଂଗକୁ କେବେ ଗମ୍ଭୀରତାର ସହ ନେଉ ନାହାନ୍ତି । ଏପରିକି ନଜ ନିର୍ବାଚନୀ ଘୋଷଣା ପତ୍ରରେ ମଧ୍ୟ ଏହାକୁ ଅଗ୍ରାଧିକାର ଦେବା ଜରୁରୀ ଭାବୁ ନାହାନ୍ତି ।