ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ

ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ଡ୍ରଗସ ରୋକିବା ପାଇଁ ସମୀର ଅନେକ ଦିନରୁ କଡା କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ତାଙ୍କ ପଛରେ ଲାଗିଛନ୍ତି ଡ୍ରଗସ ମାଫିଆ । ମୁମ୍ବାଇ କ୍ରୁଜରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନକୁ ଗିରଫ କରିବା ପରେ ତାଙ୍କୁ ବାରମ୍ବାର ହତ୍ୟା ଧମକ ଆସୁଛି । ସମୀର ୱାଙ୍ଖଡେ ଗୋଟେ ପରେ ଗୋଟେ ସମସ୍ୟାରେ ଘେରିହେଉଛନ୍ତି । ନିକଟରେ ଜାତି ପ୍ରମାଣପତ୍ର ମାମଲାରେ ତାଙ୍କୁ କ୍ଲିନଚିଟ୍ ମିଳିବା ପରେ ଏବେ ତାଙ୍କ ଆଗରେ ଆଉ ଏକ ବଡ ସମସ୍ୟା ।