ସାଇରସ୍‌ ମିସ୍ତ୍ରୀ ସିଟ୍‌ ବେଲ୍ଟ ବାନ୍ଧି ନଥି​‌ଲେ

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ରବିବାର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୋଲିସ ପ୍ରାଥମିକ ତଦନ୍ତରେ କହିଛି ଯେ, ଡିଭାଇଡରରେ ମାଡ ହେବା ପୂର୍ବରୁ ତାଙ୍କର ଲଗଜରୀ କାର ଖୁବ୍ ଦୃତ ଗତିରେ ଚାଲୁଥିଲା। କେବଳ ସେତିକି ନୁହେଁ ସିଟ୍‌ରେ ବସିଥିବା ଦୁଇଜଣ ବ୍ୟକ୍ତି ସିଟ୍‌ ବେଲ୍ଟ ବାନ୍ଧି ନଥିଲେ। ପୋଲିସ ରିପୋର୍ଟ ଅନୁସାରେ, ପାଲଘରରେ ଚରୋଟି ଚେକ୍ ପୋଷ୍ଟ ପାର କରିବା ପରେ ତାଙ୍କ କାର  ମାତ୍ର ୯ ମିନିଟ୍‌ ସମୟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା। ପୋଲିସର କହିବା ଅନୁସାରେ, ସିସିଟିଭି ଫୁଟେଜ୍‌ରେ ତାଙ୍କ କାର ମଧ୍ୟାହ୍ନ ପ୍ରାୟ ୨.୨୧ ବେଳେ ପୋଷ୍ଟ ପାଖରେ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୨ଟା ୩୦ ମିନିଟରେ ସୂର୍ଯ୍ୟ ନଦୀରେ ତିଆରି ହୋଇଥିବା ବ୍ରିଜ୍‌ରେ ଥିଲା, ଯାହାକି ଚେକ୍ ପୋଷ୍ଟଠାରୁ ୨୦ କିଲୋମିଟର ଦୂରରେ ରହିଛି।ମୃତ୍ୟୁ ବେଳକୁ ସାଇରସ୍ ମିସ୍ତ୍ରୀଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା । ସାଇରସ୍ ମିସ୍ତ୍ରୀ ନିଜ ମର୍ସିଡିଜ୍ କାରରେ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ସମୟରେ ସାଇରସ୍‌ ମିସ୍ତ୍ରୀଙ୍କ କାର ଭିତରେ ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ ଓ ତାଙ୍କର ସ୍ବାମୀ ଡୋରିୟମ୍ ପାଣ୍ଡୋଲ ଥିଲେ ମଧ୍ୟ ଦୁହେଁ ବଞ୍ଚି ଯାଇଛନ୍ତି।