ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ
ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁୁ ଦିନ ନୂଆ ମୋଡ ନେଉଛି । ଦ୍ରୁତ ଗତିରେ ଗାଡି ଚଳାଇବା ଏବଂ ଲେନ ପରିବର୍ତ୍ତନ କରିବା ବେଳେ ଅସାବଧାନତା ଯୋଗୁ ଏପରି ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି । ବେଆଇନ ଭାବେ ଗାଡି ଚଳାଇବାକୁ ନେଇ ଡାକ୍ତର ଅନାହିତା ପାଣ୍ଡୋଲେଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଦୁର୍ଘଟଣା ବେଳେ ସେ କାରର ଡ୍ରାଇଭିଂ ସିଟରେ ବସିଥିଲେ ଡାକ୍ତର ଅନାହିତା ପାଣ୍ଡୋଲେ । ଘଟଣାର ଦୁଇ ମାସ ପରେ ପୁଲିସ ମାମଲା ରୁଜୁ କରିଛି । ଡାକ୍ତର ଅନାହିତା ହେଉଛନ୍ତି ମୁମ୍ବାଇର ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ।ପାଲଘର ପୁଲିସ ପକ୍ଷରୁ କାରର ଡାଟା ଚିପକୁ ଅନୁଧ୍ୟାନ କରିବା ସହ ମର୍ସିଡିଜ-ବେଞ୍ଜର ଚୂଡ଼ାନ୍ତ ରିପୋର୍ଟ ଏବଂ ପାଣ୍ଡୋଲେଙ୍କ ସ୍ୱାମୀ ଡାରିଅସ ପାଣ୍ଡୋଲେଙ୍କ ବୟାନ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଗୁଜୁରାଟରୁ ମୁମ୍ବାଇ ଅଭିମୁଖେ ଫେରୁଥିବାବେଳେ ପାଲଘରର ସୂର୍ଯ୍ୟ ନଦୀ ବ୍ରିଜରେ ଦ୍ରୁତଗତିରେ ଯାଉଥିବା ବେଳେ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ସାଇରସ ମିସ୍ତ୍ରୀ ଏବଂ ତାଙ୍କ ବନ୍ଧୁ ଡାରିୟସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ହୋଇଥିଲା ।