ବିପର୍ଯ୍ୟୟର ଲାଣ୍ଡଫଲ୍

ଅହମ୍ମଦାବାଦ : ଅତି ଭୀଷଣ ସାମୁଦ୍ରିକ ବାତ୍ୟା ବିପର୍ଯ୍ୟୟର ଲାଣ୍ଡଫଲ (ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା) ଆରମ୍ଭ ହୋଇଯାଇଛି ।

ଏହି ଲାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ  ।ଏହି ବାତ୍ୟାର ବାହ୍ୟ ଅଂଶ ସୌରାଷ୍ଟ୍ର ଅଂଚଳକୁ ଛୁଇଁଛି । ଲାଣ୍ଡଫଲ କଚ୍ଛ ଜିଲ୍ଲାର ଝାକାଉ ବନ୍ଦର ନିକଟରେ ହେଉଛି । ତେବେ ବାତ୍ୟାର କେନ୍ଦ୍ରସ୍ଥଳ ବା ଆଇ ଏବେ ବି ଝାକାଉଠାରୁ ଦୂରରେ ରହିଛି ଓ ଧୀରେ ଧୀରେ ଏହା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହି ବାତ୍ୟା ପ୍ରଭାବରେ ଏବେ ଗୁଜରାଟର କଚ୍ଛ ଓ ସୌରାଷ୍ଟ୍ର ଅଂଚଳରେ ଘଣ୍ଟା ପ୍ରତି ୧୨୦ରୁ ୧୨୫ କିଲୋମିଟର ବେଗରେ ପବନ ବହୁଛି ।