ସିଡବ୍ଲ୍ୟୁସି ବୈଠକ ଆଜି

 ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଦଳ ଛାଡିବାର ଦିନକ ପରେ ତାଙ୍କର ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କଂଗ୍ରେସର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ଥିବା ନେତାମାନେ (ଜି-୨୩) ଶନିବାର ତାଙ୍କୁ ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ସେମାନଙ୍କ ଭିତରେ ବହୁ ସମୟ ଧରି ଆଗାମୀ ରଣନୀତି ଉପରେ ଆଲୋଚନା କରାଯାଇଛି ।ଦୁଇବର୍ଷ ତଳେ କଂଗ୍ରେସ ସଙ୍ଗଠନରେ ସଂସ୍କାର ଆଣିବା ସହ ତୁରନ୍ତ ନୂଆ ଅଧ୍ୟକ୍ଷ ନିର୍ବାଚନ ଦାବିରେ ଦଳର ଯେଉଁ ୨୩ ଜଣ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ଆଜାଦି ହିଁ ତାର ସୂତ୍ରଧର ଥିଲେ । ତେଣୁ ସେ ଦଳ ଛାଡିବା ପରେ ସେହି ଗୋଷ୍ଠୀର ଅନ୍ୟ ନେତାମାନେ ମଧ୍ୟ ତାଙ୍କ ସାଥ୍‌ ଦେବା ନେଇ ବିଚାର କରୁଛନ୍ତି । ସେଥିପାଇଁ ଆଜାଦଙ୍କ ଘରେ ଆଜି ସମସ୍ତେ ଏକାଠି ହୋଇଥିଲେ । ସୂଚନା ଅନୁସାରେ ଆଜାଦ କୌଣସି ଦଳରେ ସାମିଲ ହେବା ବଦଳରେ ନୂଆ ଦଳ ଗଠନ ଲାଗି ବିଚାର କରୁଛନ୍ତି ।