CPI ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି(CPI)ର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜାନଙ୍କ ଶୁକ୍ରବାର ନିଧନ ହୋଇଛି । ସେ ଦୀର୍ଘ ଏ ମାସ ଧରି ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୧୯୭୭ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସଭାପତି ଭାବେ ରାଜନୀତି ଆରମ୍ଭ କରିଥିବା ଅତୁଲ ଅଞ୍ଜାନଙ୍କୁ ବାମପନ୍ଥି ରାଜନୀତିର ବଡ଼ ଚେହେରା ଭାବେ ବିବେଚିତ କରାଯାଉଥିଲା ।