ଅଡୁଆରେ ଡ. ବିକାଶ ଦିବ୍ୟକୀର୍ତ୍ତି
ଲୋକପ୍ରିୟ ୟୁପିଏସସି କୋଚିଙ୍ଗ ସେଣ୍ଟର ‘ଦୃଷ୍ଟି’ର ପ୍ରତିଷ୍ଠାତା ତଥା ମାଲିକ ବିକାଶ ଦିବ୍ୟକୀର୍ତ୍ତିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ବ୍ୟାନ କରିବାକୁ ଦାବି ଜୋର ଧରିଛି । ଏହାସହ #BanDrishtiIAS ଟ୍ରେଣ୍ଡ ହେଉଛି ।ଭାଇରାଲ ହୋଇଥିବା ଭିଡିଓରେ ଡ. ଦିବ୍ୟକୀର୍ତ୍ତି ‘ରାମାୟଣ’ ଉପରେ ଜନୈକ ସଂସ୍କୃତ କବିଙ୍କ ପଂକ୍ତି ଉଦ୍ଧାର କରିବା ସହ ଶ୍ରୀରାମ ଓ ମା’ ସୀତାଙ୍କ ମଧ୍ୟରେ ହୋଇଥିବା କଥୋପକଥନକୁ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବୁଝାଇଛନ୍ତି ଯେ, ‘‘ସୀତା ଯଦି ତୁମେ ଭାବୁଛ, ମୁଁ ତୁମ ପାଇଁ ଯୁଦ୍ଧ କରିବାକୁ ଯାଇଥିଲି, ତାହେଲେ ଏହା ତୁରମ ଭୁଲ୍ ବୁଝାମଣା । ମୁଁ ଯୁଦ୍ଧ ତୁମ ପାଇଁ ଲଢ଼ୁ ନ ଥିଲି, ଏହା ମୁଁ ମୋ କୁଳ ସମାଜ ପାଇଁ ଲଢ଼ିଥିଲି’ । ଏହି କଥା ବୁଝାଉଥିବାବେଳେ ଡ. ଦିବ୍ୟକୀର୍ତ୍ତି ହସିଥିବା ଭଙ୍ଗିରେ ଥିଲେ । ତେବେ ଏପରି ଏକ ପ୍ରସଙ୍ଗ କହିବା ବେଳେ ଏହାକୁ ଏତେ ହାଲକା ଭାବେ ଗ୍ରହଣ କରିବା । ଏହାସହ ମା’ ସୀତାଙ୍କ ବିରୋଧରେ ଏପରି ଏକ ବିବାଦୀୟ ପ୍ରସଙ୍ଗକୁ କହିବା ବାସ୍ତବରେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ସେବିକା ସମିତିର ସଦସ୍ୟା ସାଧ୍ୱୀ ପ୍ରାଚୀ । ଟ୍ୱିଟରରେ ୪୫ ସେକେଣ୍ଡର ଏହି ଭିଡିଓକୁ #BanDrishtiIAS ହ୍ୟାସଟ୍ୟାଗ୍ ସହ ଅପଲୋଡ କରିଛନ୍ତି ।