ଶେଷ ହୋଇଛି ଭୋଟିଂ, ଦିନକ ପରେ ଆସିବ ରେଜଲ୍ଟ
ଶେଷ ହୋଇଛି ଭୋଟିଂ, ଦିନକ ପରେ ଆସିବ ରେଜଲ୍ଟ । କଂଗ୍ରେସ କମାଣ କାହା ହାତରେ ରହିବ, ତାହା ଆଉ ମାତ୍ର ଗୋଟିଏ ଦିନ ପରେ ସ୍ପଷ୍ଟ ହୋଇଯିବ । ମଲ୍ଲିକାର୍ଜୁନ୍ ଖଡଗେ, ଶଶୀ ଥରୁରଙ୍କ ଭିତରୁ ଜଣେ ନେତା କଂଗ୍ରେସ ସଭାପତି ପଦ ଗ୍ରହଣ କରିବା ପକ୍କା ହୋଇସାରିଛି । ତେବେ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନର ରେଜଲ୍ଟ ଆସିବା ପୂର୍ବରୁ ଏକପ୍ରକାର ନିଜ ହାରକୁ ଗ୍ରହଣ କରିସାରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର । ସେ କରିିଥିବା ଏକ ଟୁଇଟରୁ ଏପରି କିଛି ଅନୁମାନ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ସୋମବାର ନିର୍ବାଚନ ଅନୁଷ୍ଠିତ ହୋଇଛି । ମଲ୍ଲିକାର୍ଜୁନ୍ ଖଡଗେ ଓ ଶଶୀ ଥରୁରଙ୍କ ଭିତରୁ ଜଣକୁ ଭୋଟ୍ ଦେଇ ବାଛିଛନ୍ତି କଂଗ୍ରେସ କର୍ମକର୍ତ୍ତା । ତେବେ ଆସନ୍ତାକାଲି ଅର୍ଥାତ ୧୯ ତାରିଖରେ ରେଜଲ୍ଟ ଆସିବାକୁ ଅଛି । ହେଲେ ଏହା ପୂର୍ବରୁ ଶଶୀ ଥରୁର କରିଥିବା ଏକ ଟୁଇଟକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।