କିଏ ଧରିବେ କଂଗ୍ରେସର ନୂଆ ମଙ୍ଗ? ରାହୁଲ, ଗେହଲୋଟ ନା ଥରୁର
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମନାଇବା ପାଇଁ କହିଛନ୍ତି ରାଜସ୍ତାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ଯଦି ସେ ନମାନନ୍ତି ତେବେ ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିବେ ବୋଲି ସେ କହିଛନ୍ତି । ସେପଟେ ଶଶୀ ଥରୁର ମଧ୍ୟ ନିର୍ବାଚନ ଲଢ଼ିବେ ବୋଲି ଗାେଡ କାଢ଼ି ବସିଛନ୍ତି । ଆସନ୍ତାକାଲିଠାରୁ ନୋମିନେସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।
ରାହୁଲଙ୍କୁ ଅଧ୍ୟକ୍ଷ କରିବା ନେଇ କିଛି ରାଜ୍ୟର କଂଗ୍ରେସ ନେତା ଜିଦ୍ରେ ଥିବା ବେଳେ ଆଉ କିଛି ନେତା ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିବା ନେଇ ମନ ବଳାଇଲେନି। ଏହାରି ଭିତରେ ଅଶୋକ ଗେହଲଟଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି।
କୁହାଯାଉଛି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଶୋକ ଗେହଲଟ ଓ ଶଶି ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇପାରେ। ହେଲେ ଶେଷଥର ପାଇଁ ପୁଣି ରାହୁଲଙ୍କୁ ମନାଇବା ପାଇଁ ସୋନିଆଙ୍କ ସହ ଆଜି ଆଲୋଚନା କରିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ତେବେ ଆଉ ଦୁଇ ଦିନ ପରେ କିଏ ନିର୍ବାଚନ ଲଢ଼ିବ ତାହା ସ୍ପଷ୍ଟ ହୋଇଯିବ ।