କଂଗ୍ରେସ ନେତାଙ୍କୁ ଇଡି ନୋଟିସ୍‌

ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି କଂଗ୍ରେସ ନେତାଙ୍କୁ ନୋଟିସ୍‌ ଜାରି କରିଛି । ସେମାନେ ହେଲେ ସୁଦର୍ଶନ ରେଡ୍ଡି, ଶବିର ଅଲ୍ଲୀ ଏବଂ ଜେ ଗୀତା ରେଡ୍ଡି । ସେମାନଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କୁହାଯାଇଛି । ତେବେ ୩ ନେତା ସେମାନଙ୍କୁ ନୋଟିସ୍‌ ମିଳିବା କଥାକୁ ଖଣ୍ଡନ କରିଛନ୍ତି । ଏହା ପୂର୍ବରୁ ଏହି ମାମଲାରେ ଏଜେନ୍ସି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପଚରାଉଚରା କରାଯାଇଥିଲା ।