ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ

ମଣିପୁର:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ ମଣିପୁର ଗସ୍ତରେ ଯାଇ ଇମ୍ଫାଲରେ ପହଂଚିଛନ୍ତି । ସେ ଗୁରୁବାର ସକାଳେ ଦିଲ୍ଲୀରୁ ବିମାନ ଯୋଗେ ମଣିପୁର ଗସ୍ତ କରିଥିଲେ । ୨୯ ଓ ୩୦ ତାରିଖ ଦୁଇଦିନ ଧରି ସେ ମଣିପୁରରେ ରହିଛି । ସେଠାରେ ସେ ଆଶ୍ରୟ ସ୍ଥଳରେ ଥିବା ହିଂସା ପୀଡିତଙ୍କ ସମସ୍ୟା ବାବଦରେ ବୁଝିବେ । ଏହା ବ୍ୟତୀତ ରାହୁଲ ଗାନ୍ଧୀ ମଣିପୁରର ରାଜଧାନୀ ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟିର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।