କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ

ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରୁ ଦେଇଛନ୍ତି ଇସ୍ତଫା। ଗୁଲାମ ନବୀ ଆଜାଦ ଦଳର ପ୍ରାଥମିକ ସଦସ୍ୟ ଓ ସବୁ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପଠାଇଛନ୍ତି। ସୋନିଆ ଗାନ୍ଧିଙ୍କୁ ପଠାଯାଇଥିବା ଇସ୍ତଫାରେ ଗୁଲାମ ନବୀ ଆଜାଦ ଲେଖିଛନ୍ତି, ବଡ ଦୁଃଖର ସହ ମୁଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରୁ ନିଜର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।’ ଏହା ସହ ଗୁଲାମ ଆହୁରି କହିଛନ୍ତି ଯେ, ଭାରତ ଯୋଡ ଯାତ୍ରା ଅପେକ୍ଷା କଂଗ୍ରେସ ଯୋଡ ଯାତ୍ରା ବାହାର କରିବା ଦରକାର।ଉଲ୍ଲେଖନୀୟ ଯେ, ଗୁଲାମ ନବୀ ଆଜାଦ ଦୀର୍ଘ ସମୟ ଧରି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ। ସେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩ ଦଳରେ ମଧ୍ୟ ରହିଛନ୍ତି। ଜି-୨୩ ଗୋଷ୍ଠୀ କଂଗ୍ରେସରେ ଲଗାତାର ବହୁ ପରିବର୍ତ୍ତନ କରିବାକୁ ଦାବି କରୁଛି। ଏହା ପୂର୍ବରୁ କଂଗ୍ରେସର ଜଣେ ବରିଷ୍ଠ ନେତା କପିଲ ସିବଲ ପାର୍ଟିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ସମାଜବାଦୀ ପାର୍ଟି ରାଜ୍ୟସଭା ମଧ୍ୟ ପଠାଇଛି।