ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ

ବେଙ୍ଗାଲୁର:  ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଶପଥପାଠ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ନିମନ୍ତ୍ରଣ ମିଳିନଥିବା ଚର୍ଚା ହେଉଛି । ଏହା ସହିତ କେଜରିଓ୍ବାଲ, ଜଗମୋହନ ରେଡି, କେ ଚନ୍ଦ୍ରଶେଖର ରାଓଙ୍କୁ ନିମନ୍ତ୍ରଣ ମିଳିନଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ବିଭିନ୍ନ ରାଜ୍ୟରେ ଥିବା ବିଜେପି ବିରୋଧୀ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୨୦ ତାରିଖରେ ଶପଥ ନେବେ ସିଦ୍ଦରମୈୟା। ଏଥିସହ ଡିକେ ଶିବକୁମାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ। ଶପଥ ପାଠ ଉତ୍ସବରେ କଂଗ୍ରେସ ମଧ୍ୟ ବିରୋଧୀଙ୍କ ଶକ୍ତିପ୍ରଦର୍ଶନ କରିବ। ଏଥିପାଇଁ ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୧୧ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।