ରାୟପୁର: ଆଗାମୀ ନିର୍ବାଚନରେ କଂଗ୍ରେସ ଜିତି ସରକାର ଗଠନ କଲେ ଜାତିଗତ ଜନଗଣନା କରିବ ବୋଲି କହିଛିନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ। ରାହୁଲ କହିଛନ୍ତି, ଜାତିଗତ ଜନଗଣନା ହେଉଛି ଦେଶର ଏକ୍ସ-ରେ। ଏହା ପ୍ରତି ରାଜ୍ୟର ଜନସଂଖ୍ୟାଙ୍କ ତଥ୍ୟା ପ୍ରଦାନ କରିବ। ରାହୁଲ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବାବେଳେ ଯେଉଁ ଜାତିଗତ ଜନଗଣନା କରିଥିଲା ସେ ସଂକ୍ରାନ୍ତ ତଥ୍ୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଇନାହାନ୍ତି କାହିଁକି। ପ୍ରଧାନମନ୍ତ୍ରୀ ମୋଦି ଯେଉଁଠିକି ଯାଉଛନ୍ତି ଓବିସି ସଂକ୍ରାନ୍ତରେ କହୁଛନ୍ତି। କଂଗ୍ରେସ ଜାତିଗତ ଜନଗଣନା କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ତଥ୍ୟ ଲୁଚାଇବାକୁ ଚାହାନ୍ତି। ରାହୁଲ କହିଛନ୍ତି, ଯେତେବେଳେ ବି ମୁଁ ଜାତିଗତ ଜନଗଣନା କଥା କହିଛି ସେ ସମୟରେ ମତେ ଘଉଡ଼ାଯାଇଛି। ସରକାର ସାଂସଦ ଏବଂ ବିଧାୟକଙ୍କ ବଦଳରେ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ବାରା ପରିଚାଳିତ ହେଉଛି। ରାହୁଲ କହିଛନ୍ତି, ଦେଶରେ ୯୦ ସଚିବଙ୍କ ମଧ୍ୟରୁ କେବଳ ୩ ଜଣ ହେଉଛନ୍ତି ଓବିସି। ଏହି ୩ ଜଣ ହିଁ ଦେଶର ୫ ପ୍ରତିଶତ ବଜେଟ୍ ନିୟନ୍ତ୍ରଣ କରୁଛନ୍ତି। ରାହୁଲ ବିଳାସପୁରରୁ ଏକ ଇଣ୍ଟରସିଟି ଟ୍ରେନ୍ର ସାଧାରଣ ବଗିରେ ବସି ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି ଏବଂ ଏହି ସମୟରେ ସେ ସହଯାତ୍ରୀଙ୍କ ସହ କଥା ହୋଇଛନ୍ତି। ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦଳର ରାଜ୍ୟ ପ୍ରଭାରୀ କୁମାରୀ ସେଲଜା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଓ ଅନ୍ୟମାନେ ଟ୍ରେନ୍ରେ ଯାତ୍ରା କରିଥିଲେ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post