ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ: କେନ୍ଦ୍ର ସରକାର

ବର୍ଷ ଆରମ୍ଭରୁ ପିଲାଙ୍କୁ ଦିଆଯିବ କୋଭିଡ ଟୀକା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିବା କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଛି । ଦେଶରେ କୋଭିଡ ଟିକା ନେଇଥିବା ହିତାଧିକାରୀଙ୍କ ଗୋପନୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା । ଏସବୁ ରିପୋର୍ଟରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ ପୋର୍ଟାଲରେ ତଥ୍ୟ ଗୋପନୀୟତା ଉଲ୍ଲଙ୍ଘନ କରାଯାଇଛି। କୋଭିଡ ୧୯ ଟିକା ନେଇଥିବା ହିତାଧିକାରୀଙ୍କ ସବୁ ତଥ୍ୟ ଏହି ପୋର୍ଟାଲରେ ସଂରକ୍ଷିତ ହୋଇ ରହିଛି ।

ସାମାଜିକ ଗଣମାଧ୍ୟମ ମଞ୍ଚ ଟ୍ୱିଟ୍ଟରରେ କରାଯାଇଥିବା କେତେକ ପୋଷ୍ଟରେ ଦାବି କରାଯାଇଛି ଯେ, ଟେଲିଗ୍ରାମ (ଅନଲାଇନ ବାର୍ତ୍ତାପ୍ରେରଣ ଆପ୍ଲିକେସନ) ବିଓଟି ବ୍ୟବହାର କରାଯାଇ ଟିକା ନେଇଥିବା ବ୍ୟକ୍ତିବିଶେଷଙ୍କ ଗୋପନୀୟ ତଥ୍ୟକୁ ଆକ୍ସେସ ବା ହାସଲ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବିଓଟି ମାଧ୍ୟମରେ ଜଣେ ହିତାଧିକାରୀଙ୍କ ମୋବାଇଲ ନମ୍ବର କିମ୍ବା ଆଧାର ନମ୍ବର ଦିଆଯାଇ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ତଥ୍ୟ ହାସଲ କରାଯାଇଛି ।

ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଏଭଳି ରିପୋର୍ଟଗୁଡ଼ିକର କୌଣସି ଆଧାର ନାହିଁ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ପ୍ରସାରିତ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ୍‌ ପୋର୍ଟାଲ ତଥ୍ୟ ଗୋପନୀୟତା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ । ଅଧିକନ୍ତୁ, ୱେବ୍‌ ଆପ୍ଲିକେସନ ଫାୟାରୱାଲ୍‌, ଆଣ୍ଟି-ଡିଡିଓଏସ, ଏସଏସଏଲ/ଟିଏଲଏସ, ନିୟମିତ ବିପଦ ମୂଲ୍ୟାଙ୍କନ, ପରିଚୟ ଏବଂ ଆକ୍ସେସ ପରିଚାଳନା ଆଦି ସୁବିଧା ସହିତ କୋ-ୱିନ ପୋର୍ଟାଲରେ ଯଥେଷ୍ଟ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି । କୋୱିନ୍‌ ପୋର୍ଟାଲରେ ଥିବା ତଥ୍ୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା ସରକାରଙ୍କୁ ପକ୍ଷରୁ କୁହାଯାଇଛି ।