ମୁମ୍ବାଇ ଗସ୍ତରେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମୁମ୍ବାଇରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ଉପରେ ସଂଗୃହୀତ ଫଟୋଚିତ୍ରଗୁଡ଼ିକର ପ୍ରଦର୍ଶନୀ କରାଯାଉଛି । ମୁଶ୍ରୀ ପଟ୍ଟନାୟକ ଏହି ଆର୍ଟ ଗ୍ୟାଲେରୀକୁ ଯାଇ ଡାକ୍ତର ପଣ୍ଡାଙ୍କ ଦ୍ୱାରା ସଂଗୃହୀତ ବନ୍ୟପ୍ରାଣୀ ଫଟୋଗୁଡ଼ିକ ବୁଲି ଦେଖିଛନ୍ତି ।ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମୁମ୍ବାଇରେ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଓଡ଼ିଆ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ବନ୍ୟପ୍ରାଣୀଙ୍କ ଉପରେ ସଂଗୃହୀତ ଫଟୋଚିତ୍ରଗୁଡ଼ିକର ପ୍ରଦର୍ଶନୀ କରାଯାଉଛି । ଜାହାଙ୍ଗୀର ଆର୍ଟ ଗ୍ୟାଲେରୀର ଅଡିଟୋରିୟମ ହଲରେ ଏହି ଫଟୋ ପ୍ରଦର୍ଶନୀ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଯାଇଛନ୍ତି । ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର ରବିକାନ୍ତ ମଧ୍ୟ ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।