ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କର ଆଜି ହେଉଛି ଅନ୍ତିମ କାର୍ଯ୍ୟ ଦିବସ । ବୁଧବାର ଜଷ୍ଟିସ ୟୁୟୁ ଲଳିତ ଅବସର ନେବେ । ତେବେ ଆଜିର ଏହି ଶେଷ ଦିନରେ ମୋଟ ୬ଟି ବଡ ମାମଲାରେ ନିଷ୍ପତ୍ତି ଶୁଣାଇବେ ଜଷ୍ଟିସ ୟୁୟୁ ଲଳିତ । ତାଙ୍କର ଅବସର ପରେ ବରିଷ୍ଠ ବିଚାରପତି ୱାଇଭି ଚନ୍ଦ୍ରଚୁଡ ସିଜେଆଇ ଭାବେ ଦାଇତ୍ୱ ଗ୍ରହଣ କରିବେ ।

ଆଜି ଜଷ୍ଟିସ ୟୁୟୁ ଲଳିତ ଯେଉଁ ରାୟ ଶୁଣାଇବେ ତାହା ଭିତରେ ବହୁତ ବଡବଡ ଏବଂ ମୁଖ୍ୟ ମାମଲା ରହିଛି । ଯେଉଁପରି ଆମ୍ରପଲ୍ଲୀ ଆଦିବାସୀ ଯୋଜନାରେ ଗ୍ରାହକ ମାନଙ୍କୁ ଫ୍ଲାଟ ଦେବା ଓ ପଇସା ଫେରାଇବା ଉପରେ ରାୟ ଆସିବ । ଏହାବାଦ ସାଧାରଣ ବର୍ଗରେ ଯେଉଁ ଆର୍ଥିକ ଅନଟନ ଦେଇ ଗତି କରୁଥିବା ଗରିବ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନେଇ ଆବେଦନ ହୋଇଥିବା ମାମଲାର ରାୟ ଶୁଣାଇବେ । ସୂଚନାମୁତାବକ ଏହି ସଂରକ୍ଷଣ, ସମ୍ବିଧାନର ୧୦୬ତମ ସଂଶୋଧନ ଆକ୍ଟ ଜରିଆରେ ଲାଗୁ ହୋଇଥିଲା । ୨୦୧୯ରେ ସମ୍ବିଧାନର ଅନୁଚ୍ଛେଦ ୧୫ ଓ ୧୬ ଉପବନ୍ଧ-୬ରେ ଏହାକୁ ଯୋଡ଼ା ଯାଇଥିଲା । ଏହାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ପରି କାର୍ଯ୍ୟର ଶେଷ ଦିନରେ ମୋଟ ୬ଟି ବଡ ରାୟ ଶୁଣାଇବେ ସିଜେଆଇ ।