ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ଗୁଇନ୍ଦା ଜାହାଜ

ଶ୍ରୀଲଙ୍କାରେ ପହଞ୍ଚିଲା ଚୀନର ସାଟେଲାଇଟ୍‌ ଓ ମିସାଇଲ୍‌ ଟ୍ରାକିଂ ଜାହାଜ। ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରରେ ଏହି ଜାହାଜ ପହଞ୍ଚିଛି। ତେବେ ଚୀନର ଏହି ଜାହାଜକୁ ଶ୍ରୀଲଙ୍କା ପୂର୍ବରୁ ହିଁ ଅନୁମତି ଦେଇସାରିଛି। ଭାରତ ଏବଂ ଆମେରିକାର ଚିନ୍ତା ମଧ୍ୟରେ ଶ୍ରୀଲଙ୍କା ଚୀନର ଜାହାଜକୁ ସ୍ଥଗିତ ରଖିବାକୁ ପୂର୍ବରୁ କହିଥିଲା, କିନ୍ତୁ କିଛି ଦିନ ପରେ ଶ୍ରୀଲଙ୍କା ନିଜ କଥାରୁ ଓହରି ଯାଇଥିଲା।

ତେବେ ଶ୍ରୀଲଙ୍କାରେ ପହଞ୍ଚିବା ପରେ ଚୀନର ଏହି ଗୁଇନ୍ଦା ଜାହାଜର ଟ୍ରାକିଂ ସିଷ୍ଟମ ଅନେକ ଭାରତୀୟ ସଂସ୍ଥାର ତଥ୍ୟ ନେବାକୁ ଗୁପ୍ତଚର ଭାବେ ଚେଷ୍ଟା କରିବ ବୋଲି ନୂଆଦିଲ୍ଲୀ ଚିନ୍ତା କରୁଛି।