ଚାଇନା ଫୋନ ଉପରୁ କଟକଣା ହଟିଲା
ଚୀନରେ ପ୍ରସ୍ତୁତ ୧୨,୦୦୦ ତଳକୁ ଫୋନ୍ କିଣିବା ଉପରେ ଭାରତ ଯେଉଁ ଯେଉଁ କଟକଣା ଲଗାଇଥିଲା ତାହାକୁ ପ୍ରତ୍ୟାହାର କରିନିଆଯାଇଛି । ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଭାରତରୁ ରପ୍ତାନି ବଢ଼ାଇବା ପାଇଁ ସରକାର ଚାଇନିଜ୍ ମୋବାଇଲ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ, ଚୀନ୍ କମ୍ପାନିଗୁଡ଼ିକ ଦ୍ୱାରା ପ୍ରସ୍ତୁତ ୧୨,୦୦୦ ଟଙ୍କାରୁ କମ୍ ମୂଲ୍ୟର ହ୍ୟାଣ୍ଡସେଟ୍ ଗୁଡ଼ିକୁ ଆଗକୁ ବ୍ୟାନ୍ କରିବାର କୌଣସି ଯୋଜନା ନ ଥିବା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସ୍ପଷ୍ଟ କରିଛନ୍ତି ।ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମ୍ରେ ଭାରତୀୟ କମ୍ପାନିଗୁଡ଼ିକର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବିଦେଶୀ ବ୍ରାଣ୍ଡଗୁଡ଼ିକୁ ହଟାଇବା । ସୂଚନାଯୋଗ୍ୟ, ପୂର୍ବରୁ ଗଣାମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ସରକାର ୧୨,୦୦୦ ଟଙ୍କାରୁ କମ୍ ମୂଲ୍ୟର ଚାଇନା ହ୍ୟାଣ୍ଡସେଟ୍ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ।