ମୁମ୍ବାଇ ଏୟାରପୋର୍ଟରେ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନ ଆସିପାରିଲା ନାହିଁ

ମୁମ୍ବାଇ :  ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଚାର୍ଟର ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଇଛି । ତେବେ ଦୁର୍ଘଟଣାରେ କେହି ବି ମୃତାହତ ହେଇନାହାଁନ୍ତି । ବିମାନରେ ବସିଥିବା ଯାତ୍ରୀ ଏବଂ କ୍ରିଉ ମେମ୍ବର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଡିଜିସିଏର ସୂଚନା ମୁତାବକ, ଏହି ଚାର୍ଟର ପ୍ଲେନରେ ମୋଟ ୮ ଜଣ ରହିଥିଲେ । ସେମାନଙ୍କ ଭିତରୁ ୬ ଜଣ ଯାତ୍ରୀ ହୋଇଥିବାବେଳେ, ୨ ଜଣ କ୍ରିଉ ମେମ୍ବର । ମୁମ୍ବାଇ ଏୟାରପୋର୍ଟର ରନୱେ-୨୭ରେ ଓହ୍ଲାଇବା ସମୟରେ ଚାର୍ଟର ପ୍ଲେନଟି ବନ୍ଦ ହେଇଯାଇଥିଲା । ଯାହା ଫଳରେ ଦୁର୍ଘଟଣା ଘଟିଥିଲା । ଏନେଇ ଅନେକ ଉଡାଣ ବାତିଲ ହୋଇଛି । ଭୁବନେଶ୍ବର ଆସୁଥିବା ବିମାନଟି ମଧ୍ୟ ଆସିପାରିନାହିଁ । ଦୁଇଶହରୁ ଅଧିକ ଯାତ୍ରୀ ସଂଧ୍ୟାରେ ମୁମ୍ବାଇରୁ ଭୁବନେଶ୍ବର ଆସିବାର ଥିଲା । ସେମାନେ ଏବେ ଫସି ରହିଥିବା ସୂଚନା ମିଳିଛି ।