ଚନ୍ଦ୍ରଯାନ- ୫ କୁ କେନ୍ଦ୍ରର ଅନୁମୋଦନ

ଚନ୍ଦ୍ର ପୃଷ୍ଠକୁ ନେଇ ନିରନ୍ତର ଗବେଷଣା ଜାରି ରଖିଥିବା ଭାରତୀୟ ଗବେଷଣା ସଂଗଠନ ଇସ୍ରୋକୁ ଚନ୍ଦ୍ରଯାନ- ୫ ପ୍ରସ୍ତୁତି ନେଇ ଅନୁମତି ଦେଲେ କେନ୍ଦ୍ର ସରକାର। ଚନ୍ଦ୍ରଯାନ ୩ ର ସଫଳତା ପରେ ଚନ୍ଦ୍ରଯାନ-୪ ର ଉତ୍‌କ୍ଷେପଣ ନେଇ ଉତ୍କଣ୍ଠା ବଢୁଥିବା ବେଳେ ଏବେ ଚନ୍ଦ୍ରଯାନ-୫ ପ୍ରସ୍ତୁତିକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅଧ୍ୟକ୍ଷ ଭି. ନାରାୟଣନ । ଜାପାନ ସହାୟତାରେ ଚନ୍ଦ୍ରଯାନ-୫ ମିଶନ ଆରମ୍ଭ କରାଯିବ। ଭାରତର ଚନ୍ଦ୍ରଯାନ-୫ ମିଶନ ଅଧୀନରେ, ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା ପାଇଁ ଏଥିରେ ୨୫୦ କିଲୋଗ୍ରାମର ଏକ ରୋଭର ପଠାଯିବ। ତେବେ ଚନ୍ଦ୍ରଯାନ-୪ କେବେ ଉତ୍‌କ୍ଷେପଣ ହେବ ସେନେଇ କହିଛନ୍ତି, ଏଥିପାଇଁ ଆମକୁ ୨୦୨୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଚନ୍ଦ୍ରଟାନ-୪ ର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଚନ୍ଦ୍ର ପୃଷ୍ଠରେ ଏକାଠି କରାଯାଇଥିବା ନମୂନାକୁ ପୃଥିବୀ ପୃଷ୍ଠକୁ ଆଣିବ।