ଚନ୍ଦ୍ରଠାରୁ ମାତ୍ର ୨୫ କିଲୋମିଟର୍ ଦୂରରେ ‘ଲ୍ୟାଣ୍ଡର୍ ବିକ୍ରମ’
ଚନ୍ଦ୍ରର ନିକଟତର ହେଉଛି ‘ଲ୍ୟାଣ୍ଡର୍ ବିକ୍ରମ୍’ । ଚନ୍ଦ୍ରଠାରୁ ୨୫x୧୩୪ କିଲୋମିଟର୍ ଦୂର କକ୍ଷ ପଥରେ ରହି ଚନ୍ଦ୍ର ପରିକ୍ରମଣ କରୁଛି ଲ୍ୟାଣ୍ଡର । ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍ ମଡ୍ୟୁଲ୍’ କକ୍ଷପଥ ପରିସୀମା ୨୫x୧୩୪ କିଲୋମିଟର୍କୁ କମାଇ ଦେଇଛି। ‘ମଡ୍ୟୁଲ୍’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ୨୩ ତାରିଖ ଭୋର୍ ୫.୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଆଶା କରାଯାଉଛି।