ଶପଥ ନେଲେ ଚମ୍ପାଇ ସୋରେନ୍
ଦୁଇ ଦିନ ଧରି ରାଜନୀତି ସରଗରମ ରହିବା ପରେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଚମ୍ପାଇ ସୋରେନ୍ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଗିରଫଦାରୀ ପରେ ଚମ୍ପାଇ ସୋରେନ୍ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କ ମୁଖ୍ୟମନ୍ତ୍ରୀ ହେବା ବାଟ ସଫା ହୋଇ ଯାଇଥିଲା।ସୋରେନ୍ଙ୍କ ସହ ଆହୁରି ବହୁ ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ଆଲମରିଗ ଆଲମ ଓ ସତ୍ୟନନ୍ତ ଭୋକ୍ତା ବି ସାମିଲ ଅଛନ୍ତି।