ଆତଙ୍କବାଦକୁ ସମର୍ଥନ କରିବାକୁ ପ୍ରଶୟ ଦିଆଯିବନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୋ ମନି ଫର୍‌ ଟେରର୍‌ ମିନିଷ୍ଟରିୟାଲ୍‌ କନ୍‌ଫରେନ୍‌ସ୍‌’ରେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ଉପରେ କଡା ପ୍ରହାର କରିବାକୁ କହିଛନ୍ତି । ଆତଙ୍କବାଦୀଙ୍କୁ ଅର୍ଥ ସହ ଅନ୍ୟ କୈାଣସି ସହାୟକ ଯୋଗାଉଥିବା ଦେଶ ଉପରେ କଠାେର କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ମୋଦି କହିଛନ୍ତି । କେତେକ ଦେଶ ଆତଙ୍କବାଦକୁ ସେମାନଙ୍କ ବୈଦେଶିକ ନୀତିର ଅଂଶବିଶେଷ କରିଥିବାରୁ ମୋଦି ଏହାର ତୀବ୍ର ନିନ୍ଦା କରିଛନ୍ତି ।

ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍‌ ଟେରର୍‌ ମିନିଷ୍ଟରିୟାଲ୍‌ କନ୍‌ଫରେନ୍‌ସ୍‌’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆତଙ୍କବାଦୀକୁ ଧର୍ମ ସହ ଯୋଡିବା ଉଚିତ ନୁହେଁ । ଯେଉଁ ଦେଶ ହେଉ କି ସଂଗଠନ ହେଉ ଯେଉଁମାନେ ଆକ୍ରମଣ କରୁଛନ୍ତି ସେମାନଙ୍କ ପ୍ରତି ସମସ୍ତେ କଠୋର ହେବା ଆବଶ୍ୟକ ।

ମୋଦି କହିଛନ୍ତି ଆତଙ୍କବାଦ ମାନବତା, ସ୍ବାଧୀନତା ଓ ସଭ୍ୟତା ଉପରେ ଆକ୍ରମଣ ହୋଇଥିବାରୁ ଏହାର କଡା ମୁକାବିଲା କରିବା ପାଇଁ ବିଶ୍ବ ଏକ ହେବା ଉଚିତ ।

ଭାରତରେ ମଧ୍ୟ ଆତଙ୍କବାଦୀମାନେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛନ୍ତି । ସେମାନଙ୍କୁ କଠୋର ଦଣ୍ଡ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ବର୍ଷ ବର୍ଷ ଧରି ଆତଙ୍କବାଦ ବିଭିନ୍ନ ନାଁ ଏବଂ ରୂପରେ ଭାରତକୁ ଆଘାତ ଦେବାକୁ ଉଦ୍ୟମ କରିଛି। ଆମେ ଅସଂଖ୍ୟ ମୂଲ୍ୟବାନ ଜୀବନ ହରାଇ ମଧ୍ୟ ସାହସର ସହିତ ଆତଙ୍କବାଦର ମୁକାବିଲା କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।