ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’।  ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି। କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରେ ଏହି ସ୍କିମର ଘୋଷଣା କରିଛନ୍ତି ।ସବସିଡଯୁକ୍ତ ସାର କ୍ଷେତ୍ରରେ ସିଙ୍ଗଲ ବ୍ରାଣ୍ଡ ‘ଭାରତ’ ନାମରେ ନାମିତ କରିଛନ୍ତି ମୋଦି। ମୁଖ୍ୟତ ସାର ଗୁଡ଼ିକର କ୍ରସ ମୋମେଣ୍ଟରେ ଉପୁଜୁଥିବା ସମସ୍ୟାକୁ ଦୂରୀକରଣ କରାଯାଇପାରିବ। ସିଙ୍ଗଲ ବ୍ରାଣ୍ଡ ଯୋଗୁ ସ୍ୱଚ୍ଛତା ରହିବ ଓ ଅଧିକ ଭଡ଼ା ଦାବି ନେଇ ହେଉଥିବା କଳାବଜାରୀକୁ ରୋକି ହେବ । ମୁଖ୍ୟତଃ ୟୁରିଆ, ଡାଇ ଆମୋନିୟମ ଫସଫେଟ(ଡିଏପି), ପୋଟାସ(ଏମଓପି) ଏବଂ ଏନପିକେ ପ୍ୟାକେଟ ଉପରେ  ଭାରତ ବ୍ରାଣ୍ଡରେ  ଉବଲବ୍ସ କରିବାକୁ ମୋଦି ଘୋଷଣା କରିଛନ୍ତି।