ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି
କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡିତ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ ରଦ୍ଦ କରିଛି । ଗୃହ ମନ୍ତ୍ରାଳୟର କାର୍ଯ୍ୟାନୁଷ୍ଠାନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଆନୁସାରେ କରାଯାଇଛି । ସଂଗଠନ ଉପରେ ବିଦେଶୀ ପାଣ୍ଠିର ଉଲ୍ଲଘଂନର ଅଭିଯୋଗ ରହିଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ୨୦୨୦ ଜୁଲାଇରେ ଏକ କମିଟି ଗଠନ କରାଯାଇଥିଲା । ଏହାର ରିପୋର୍ଟ ଆଧାରରେ ଏହି ନଷ୍ପତ୍ତି ନିଆଯାଇଛି । ଏନେଇ ନୋଟିସ ରାଜୀବ ଗାନ୍ଧୀ ଫାଉଣ୍ଡେସନର କାର୍ଯ୍ୟାଳୟକୁ ପଠାଇଦିଆଯାଇଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ । ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା ।