ଗ୍ରାମୀଣ ମହିଳାଙ୍କୁ ଏବେ ମିଳିବ ଇଲେକ୍ଟ୍ରିକ ସାଇକେଲ

କେନ୍ଦ୍ର ସରକାର ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଇଲେକ୍ଟିକ୍ ସାଇକେଲ ଯୋଗାଇ ଦେବେ । ଏ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗତ ଶୁକ୍ରବାର କନର୍ଭଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ କମ୍ପାନୀ ସହ ବୁଝାମଣା କରିଛନ୍ତି । ‘ସ୍ତ୍ରୀ’ (ସସ୍ଟେନେବୁଲ ଟ୍ରାନ୍ସପୋର୍ଟ ଫର ରୁରାଲ ଅନାଟ୍ରୋପ୍ରେନର୍ସ ଥ୍ରୋ ଇଲେକ୍ଟ୍ରିକ୍ ବାଇ-ସାଇକେଲ) ନାମରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନା ଦୀନଦୟାଲ ଅନ୍ତୋର୍ଦୟ ରାଷ୍ଟ୍ରୀୟ ଗ୍ରାମୀଣ ଜୀବିକା ବିକାଶ ଯୋଜନାର ଏକ ଅଂଶ ବିଶେଷ ।ଗ୍ରାମାଂଚଳରେ କ୍ଷୁଦ୍ର ଉଦ୍ୟୋଗ ଗୁଡିକୁ ଚଳାଉଥିବା ମା ଓ ଭଉଣୀ ମାନଙ୍କୁ ଯାତାୟାତ ପାଇଁ ଅନୁକୂଳ ପରିବହନ ସୁବିଧା ଯୋଗାଇବା ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେବ । ଏଣୁ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ବିଭାଗ ସଚିବ ଶୈଳେଶ କୁମାର ସିଂହଙ୍କ ପକ୍ଷରୁ କନର୍ଭଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ ଅଧ୍ୟକ୍ଷ ବିଶାଳ କପୂରଙ୍କ ସହ ଇ-ସାଇକେଲ ଯୋଗାଇଦେବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସାଇକେଲର ଯୋଗାଣ ମହିଳା ମାନଙ୍କୁ ଉଭୟ ଆର୍ଥିକ ଓ ସାମାଜିକ ସହାୟତା କରିବ ।