ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିିଆଇ ଚଢଉ କରିଛି । ବେଆଇନ ମଦ ନୀତିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହେବା ପରେ ଏହି ଚଢ଼ାଉ କରିଛି ସିବିଆଇ । ମଦ ଲାଇସେନସ ନେଇଥିବା ଲୋକଙ୍କୁ ସରକାର ଲାଭ ପହଁଚାଇଥିବା ପ୍ରମାଣ ମିଳିବା ପରେ ଏହି ଚଢ଼ାଉ ହୋଇଛି । ଚଢ଼ାଉ ପରେ ରାଜନୀତି ଜୋର ଧରିଛି । ଆପ ପକ୍ଷରୁ ବିଜେପିକୁ ଦୋଷ ଦିଆଯାଉଥିବା ବେଳେ ବିଜେପି ଦୁର୍ନୀତିକୁ ପ୍ରଶୟ ଦେବନାହିଁ ବୋଲି କହିଛି ।