ଭିଡିଓକନ୍ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ: ‘ଆଇସିଆଇସିଆଇ ବ୍ୟାଙ୍କ୍’ ଋଣ ଠକେଇ ମାମଲାରେ ‘ସିବିଆଇ’ ‘ଭିଡିଓକନ୍ ଗ୍ରୁପ୍’ର ସଂସ୍ଥାପକ ବେଣୁଗୋପାଳ ଧୂତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ‘ସିବିଆଇ’ ‘ଆଇସିଆଇସିଆଇ ବ୍ୟାଙ୍କ୍’ର ପୂର୍ବତନ ‘ସିଇଓ’ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା।
ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚର୍ଙ୍କ ସହାୟତାରେ ଧୂତ ‘ଆଇସିଆଇସିଆଇ ବ୍ୟାଙ୍କ୍’କୁ ଠକିଛନ୍ତି ବୋଲି ଉଠିଥିବା ଅଭିଯୋଗ ପ୍ରସଙ୍ଗରେ ‘ସିବିଆଇ’ ତଦନ୍ତ କରୁଛି।
ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚନ୍ଦା କୋଚ୍ଚର୍ ଏବଂ ତାଙ୍କ ସ୍ବାମୀଙ୍କୁ ‘ସିବିଆଇ’ ହାଜତକୁ ରିମାଣ୍ଡ୍ରେ ପଠାଯାଇଥିଲା। ‘ଭିଡିଓକନ୍ ଗ୍ରୁପ୍’ କମ୍ପାନିଗୁଡ଼ିକୁ ‘ଆଇସିଆଇସିଆଇ ବ୍ୟାଙ୍କ୍’ କରିଥିବା ଋଣ ମଞ୍ଜୁରିରେ ହୋଇଥିବା ଠକେଇ ଓ ଅନିୟମିତା ଅଭିଯୋଗକୁ ଆଧାର କରି ଏହି ମାମଲା ଚାଲିଛି।