ଝାରଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ଷ୍ଟାର ପ୍ରଚାର ତାଲିକା ଜାରି କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ, ଜେ.ପି ନଡ୍ଡା, ରାଜନାଥ ସିଂହ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସାମିଲ ଅଛି। ତାଲିକାରେ ବିଜେପି ନୀତୀନ ଗଡକରୀ ଓ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ପ୍ରମୁଖ ଅଛନ୍ତି। ଝାରଖଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ରେ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ।
Trending
- ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ତତ୍ପର – ସୁରେଶ ପୂଜାରୀ
- ଓଡ଼ିଶାର ସର୍ବବୃହତ ପ୍ରେକ୍ଷାଳୟ ‘କଳାମଣ୍ଡଳ’ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ