ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ କଲା କୋଲକତା ପୁଲିସ
କୋଲକତା: ଆନ୍ଦୋଳନ ବେଳେ ବିଜେପି କର୍ମୀଙ୍କୁ ଗିରଫ କରିଛି କୋଲକତା ପୋଲିସ । ସରକାରଙ୍କ ଇଙ୍ଗିତରେ ପୋଲିସ ବିଜେପି କର୍ମୀଙ୍କ ଉପରେ ଅତ୍ୟାଚାର କରୁଥିବା ବିଜେପି ଅଭିଯୋଗ କରିଛି । ପୂର୍ବରୁ ଅଭିଷେକ ବାନାର୍ଜୀ କହିଥିଲେ ସେ ପୋଲିସ ହୋଇଥିଲେ ବିଜେପି କର୍ମୀଙ୍କୁ ଗୁଳି ମାରିଦେଇଥାନ୍ତେ । ଏହାକୁ ନେଇ ଥାନା ଘେରାଉ କରିବା ସହିତ ପ୍ରତିବାଦ କଲା ବିଜେପି ।
ସେପଟେ ଏହି ମାମଲାରେ କୋଲକାତା ହାଇକୋର୍ଟ ପୋଲିସର ଗିରଫଦାରୀ ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ମମତା ସରକାର ଏବଂ ପଶ୍ଚିମବଙ୍ଗ ପୋଲିସକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗ ବିଜେପି କର୍ମୀ ଓ ନେତା ଆନ୍ଦୋଳନ କରିବା ବେଳେ ପୋଲିସ ବଳପୂର୍ବକ ଭାବେ ଗିରଫ କରିଥିବା ଅଭିଯୋଗ ହୋଇଥିଲା । ପରେ ମାମଲା ଯାଇ କୋର୍ଟରେ ପହଞ୍ଚିଥିଲା ।