ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ ହତ୍ୟାକାଣ୍ଡ ଘଟଣା
ବିଜେପି ନେତ୍ରୀ ସୋନାଲୀ ଫୋଗଟ୍ ହତ୍ୟାକାଣ୍ଡ ଘଟଣାରେ ଜଣେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଲାଗିଛି ପୋଲିସ । ହତ୍ୟାକାଣ୍ଡରେ ସଂପୃକ୍ତ ଆଉ ଜଣେ ଡ୍ରଗ୍ସ ଡିଲରକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରାମା ନାମକ ଡ୍ରଗ୍ସ ଡିଲରକୁ ଗୋଆରୁ ଗିରଫ କରିଛି ପୋଲିସ । ଏଥି ସହିତ ସୋନାଲୀ ଫୋଗଟ୍ ହତ୍ୟାକାଣ୍ଡ ଘଟଣାରେ ଦୁଇ ଜଣ ଡ୍ରଗ୍ସ ପେଡଲରଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରାଯାଇ ସାରିଲାଣି ।ଗତ ମଙ୍ଗଳବାର ଗୋଆର ଏକ ହୋଟେଲରୁ ସୋନାଲୀ ଫୋଗଟଙ୍କ ମୃତଦେହ ଜବତ କରାଯାଇଥିଲା । ଏହି ମାମଲାରେ ତାଙ୍କର ବ୍ୟକ୍ତିଗତ ସହାୟକଙ୍କ ସମେତ ୪ ଜଣଙ୍କୁ ପୂର୍ବରୁ ଗିରଫ କରିସାରିଛି ପୋଲିସ । ଶନିବାର ସକାଳେ ରେଷ୍ଟୁରାଣ୍ଟ ମାଲିକ ଏଡଓ୍ବିନ୍ ନୁନ୍ସ ଏବଂ ଦତ୍ତାପ୍ରସାଦ ଗାଓ୍ବକରକୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଏନଡିପିଏସ୍ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଦତ୍ତାପ୍ରସାଦ ଗାଓ୍ବକର ଡ୍ରଗ୍ସ ଆଣି ଦେଇଥିଲା ଯିଏକି ହୋଟେଲରେ ରୁମ୍ ବଏ ଭାବେ କାର୍ଯ୍ୟକରେ । ଯେଉଁ ହୋଟେଲ ରୁମରେ ସୋନାଲୀ ଫୋଗଟ ଏବଂ ତାଙ୍କର ସହଯୋଗୀ ରହୁଥିଲେ ।