ହୃଦଘାତରେ ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ
ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ଅଫିସ ସହଯୋଗୀଙ୍କ ସହ ସେ ମୃତ୍ୟୁ ବେଳକୁ ଗୋଆରେ ଥିଲେ । ଟିକଟକ କରି ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ସେନାଲି ୨୦୧୯ରେ ବିଜେପି ଟିକେଟରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ।
ବିଜେପିର ହରିୟାଣା ୟୁନିଟ୍ ସୋନାଲି ଫୋଗାଟଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଭାବରେ ମଧ୍ୟ ନିଯୁକ୍ତ କରିଥିଲା। ସେ ଗତକାଲି ରାତିରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲର ପ୍ରୋଫାଇଲ୍ ଚିତ୍ର ମଧ୍ୟ ବଦଳାଇଥିଲେ।