ଡିଏମକେ ସାଂସଜ ଏ ରାଜାଙ୍କ ପୁଣି ଥରେ ହିନ୍ଦୁତ୍ୱକୁ ନେଇ ବିବାଦୀୟ ବୟାନ

ତାମିଲନାଡୁର ଡିଏମକେ ସାଂସଜ ଏ ରାଜା ପୁଣି ଥରେ ହିନ୍ଦୁତ୍ୱକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଏଥର ସେ ହିନ୍ଦୁତ୍ୱ ସହ ଅଛୁଆଁକୁ ଯୋଡିଛନ୍ତି । ରାଜା ଏ କାର୍ଯ୍ୟକ୍ରମରେ ହିନ୍ଦୁତ୍ୱ ଉପରେ ପ୍ରଶ୍ନ ଉଠାଇବା ସହିତ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ କହିଲେ- ‘କିଏ ହିନ୍ଦୁ ? ଆମ ଧର୍ମ କ’ଣ ସେ ବିଷୟରେ ଆମକୁ କହିବାର ଅଧିକାର ଦିଆଯିବା ଉଚିତ । ଆମେ ହିନ୍ଦୁ ହୋଇ ରହିବାକୁ ଚାହୁନୁ, ଆପଣମାନେ କାହିଁକି ମୋତେ ହିନ୍ଦୁ ଧର୍ମ ଭିତରେ ରଖିଛନ୍ତି ?’ରାଜା କହିଲେ ଯେ, ଏପରି ଧର୍ମ ସେ ଦେଖିନାହାନ୍ତି । କର୍ଣ୍ଣାଟକର ଲିଙ୍ଗାୟତମାନେ ସୁପ୍ରିମ୍‌କୋର୍ଟରେ ହିନ୍ଦୁଧର୍ମରୁ ଅଲଗା ହେବା ପାଇଁ ଆବେଦନ କଲେ । ସେମାନଙ୍କ ପୂଜା ପଦ୍ଧତି ଓ ରୀତିନୀତି ଅଲଗା। ତେଣୁ ସେମାନେ ନିଜକୁ କେହି ହିନ୍ଦୁ କହୁ ବୋଲି ଚାହାନ୍ତି ନାହିଁ । କିନ୍ତୁ ସୁପ୍ରିମ୍‌କୋର୍ଟ କ’ଣ କହିଲେ ? ଯଦି ତୁମେ ଖ୍ରୀଷ୍ଟିଆନ, ମୁସଲମାନ ବା ପାର୍ସି ନୁହଁ, ତେବେ ନୁହେଁ ହିନ୍ଦୁ । ଏପରି ନିଷ୍ଠୁରତା ଆଉ କେଉଁ ଦେଶରେ ଅଛି ? ‘ତୁମେ ହିନ୍ଦୁ ହୋଇ ରହିଥିବା ଯାଏ ଶୂଦ୍ର ହୋଇ ରହିଥିବ। ତୁମେ ଶୂଦ୍ର ହୋଇ ରହିଥିବା ଯାଏ ବେଶ୍ୟାର ପୁତ୍ର ବୋଲାଉଥିବ। ତୁମେ ହିନ୍ଦୁ ହୋଇଥିବା ଯାଏ ଦଳିତ ଓ ଅସ୍ପୃଶ୍ୟ ହୋଇ ରହିଥିବ’ ବୋଲି ଏ ରାଜା କହିଥିଲେ ।