ବଦଳିଲେ ପଂଜାବ,ତେଲେଙ୍ଗାନା, ଆନ୍ଧ୍ର ଓ ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନିଜର ରଣନୀତି ଆରମ୍ଭ କରିଛି । ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ ଜି. କିଶନ ରେଡ୍ଡୀ, ଆନ୍ଧ୍ରରେ ଡି ପୁରନ୍ଦେଶ୍ୱରୀ ଓ ଝାଡ଼ଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ଦିଆଯାଇଛି । ବିଜେପି ଏବେଠାରୁ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିପାଇଁ ତିନିଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲେ । ସେଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏସବୁ ରାଜ୍ୟରୁ ୨୦୨୪ରେ  ବିଜେପି ଟାର୍ଗେଟ୍ କରିଛି । ଆଗାମୀ ନିର୍ବାଚନରେ ଦଳ ସଫଳତା ବଜାୟ ରଖିବାକୁ ବିଜେପି ରାଜ୍ୟରେ ମୁଖିଆ ପରିବର୍ତ୍ତନ କରିଛି ।