ବିହାରର ଲୋକପ୍ରିୟ ଗାୟିକା ଶାରଦା ସିହ୍ନାଙ୍କ ପରଲୋକ
ବିହାରର ପ୍ରସିଦ୍ଧ ଗାୟିକା ତଥା ଛଟ ଗୀତ ପାଇଁ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଶାରଦା ସିହ୍ନାଙ୍କ ଦେହାନ୍ତ ହୋଇଛି। କିଛି ଦିନ ହେଲାଣି ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଜଣାଯାଇଛି। ଅକ୍ଟୋବର ୨୧ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଛଟ ପର୍ବର ପ୍ରଥମ ଦିନରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶାରଦା ସିହ୍ନାଙ୍କ ଦେହାନ୍ତ ପରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |