୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ
ଆଜିଠୁ ଗୁଜରାଟରେ ଭୂପେନ୍ଦ୍ର ପଟେଲ ପୁଣି ଥରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ । ଗାନ୍ଧୀନଗରର ହେଲିପ୍ୟାଡ୍ ଗ୍ରାଉଣ୍ଡରେ ହେବ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୦ରୁ ଅଧିକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ଦିନ ୨ ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବ । ଚଳିତ ବର୍ଷ ଗୁଜରାଟ ନିର୍ବାଚନରେ ବିଜେପି ରେକର୍ଡ କରିଛି । ରେକର୍ଡ ସଂଖ୍ୟକ ଆସନ ସହିତ ମହାବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ୧୮୨ ଆସନରୁ ବିଜେପି ଏକାକୀ ୧୫୬ଟି ଆସନ ଦଖଲ କରିଛି ।