କ୍ୟାନସର ଭୟରେ ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଲା ୟୁନିଲିଭର
ଆମେରିକାରେ ଏବେ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିନାଲ ମିଳିଥିବା ଜଣାପଡ଼ିଛି । ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ଶାମ୍ପୁକୁ ନେଇ ଏବେ ଚାରିଆଡେ ଚର୍ଚା । ଏଭଳି ସମୟରେ ଆମେରିକା ବଜାରରୁ ଉତ୍ପାଦ ଫେରାଇ ଆଣିଛି କମ୍ପାନୀ । ପରୀକ୍ଷା ବେଳେ ଏଥିରେ କ୍ଷତିକାରଣ ବେଞ୍ଜିନ ଥିବା ଜଣାପଡ଼ିଛି ।
ଏସବୁ ଉତ୍ପାଦ ୨୦୨୧ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ଏବଂ ସମଗ୍ର ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା । ବେଞ୍ଜିନ ଦ୍ୱାରା ମଣିଷକୁ କ୍ୟାନସର ହୋଇପାରେ ବୋଲି ବୈଜ୍ଞାନିକ ମାନେ ସତର୍କ କରାଇଥିଲେ । ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ ଏବଂ କ୍ଷତି କରିପାରେ । ଏହା ଚର୍ମ, ନାକ ଓ ପାଟି ଦେଇ ଯାଇପାରିବ । ଯାହା ଫଳରେ ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥିବା ବୈଜ୍ଞାନିକ ମାନେ କହିବା ପରେ କଂପାନି ପକ୍ଷରୁ ଏଭଳି ଉତ୍ପାଦର ବ୍ୟବହାର ବନ୍ଦ କରିବା ଦରକାର ବୋଲି ଚିନ୍ତା କରି ୟୁନିଲିଭର ନିଷ୍ପତ୍ତି ନେଇଛି ।