ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବେହାଲ ସ୍ଥିତି
ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ବେହାଲ ସ୍ଥିତି । କିଛି ଦିନ ଧରି ବର୍ଷା ଜାରି ରହିଥିବା ବେଳେ ଲଗାତର ଭାବେ ୯ଘଣ୍ଟା ଧରି ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ବୁଡ଼ିଯାଇଛି । ଗୋଟିଏ ସପ୍ତାହରେ ଦ୍ୱିତୀୟଥର ପାଇଁ ସହରରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଦିନକରେ ବର୍ଷାର ପରିମାଣ ୧୩୧.୬ମିଲିମିଟର ରେକର୍ଡ ହୋଇଛି । ଯାହାକି ୮ବର୍ଷ ତଳର ବର୍ଷା ରେକର୍ଡ ହୋଇଛି । ତେବେ ଏହି ବର୍ଷା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।ପାଣି ଜମି ରହିବା ଯୋଗୁ ଘରଦ୍ୱାରରୁ ରାସ୍ତା ଘାଟ ସବୁଠି ଜଳମଗ୍ନ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଉପୁଜିଛି । ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କୁ ସ୍କୁଲ ଓ କାର୍ଯ୍ୟାଳୟରେ ପହଂଚାଇବାକୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ୩ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ରାସ୍ତା ଉପରେ ବୋଟ୍ ଚାଲୁଛି । ସେପଟେ ମାଣ୍ଡିୟା ଜିଲ୍ଲାରେ ପମ୍ପିଂ ଷ୍ଟେସନ ବୁଡ଼ିଯାଇଥିବାରୁ ଆଗାମୀ ୨ ଦିନ ଯାଏ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି ।