ରାଷ୍ଟ୍ରପତିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ବି ‘ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ’ ବୋଲି ସମ୍ବୋଧନ କରାଯାଇଥିଲା
ଦେଶର ନାମ ଇଣ୍ଡିଆ ବଦଳରେ ଭାରତ ହେବା ନେଇ ସାରା ଦେଶର ବିତର୍କ ଚାଲିଛି । ତେବେ ରାଷ୍ଟ୍ରପତିଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ବି ‘ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ’ ବୋଲି ସମ୍ବୋଧନ କରାଯାଇଥିଲା । ସେପ୍ଟେମ୍ବର ୯ ତାରିଖରେ ରାତ୍ର ଭୋଜନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ଭାରତ’ ନାମ ଉଲ୍ଲେଖ କରି ନିମନ୍ତ୍ରଣପତ୍ର ପ୍ରସଙ୍ଗରେ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତେବେ ଜାଣିରଖନ୍ତୁ ଯେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ’ ବୋଲି ସରକାରୀ ନୋଟିଫିକେସନ୍ରେ ଲେଖା ଯାଇଥିଲା। ଅଗଷ୍ଟ ମାସରେ ଦକ୍ଷିଣ ଆଫ୍ରିକାରେ ହେଉଥିବା ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ ଏବଂ ଏହା ପରେ ଗ୍ରୀସ ଗସ୍ତ କରିଥିଲେ। ଅଗଷ୍ଟ ୨୨-୨୫ରେ ଉଭୟ ଦେଶ ଗସ୍ତ ପାଇଁ ସରକାରଙ୍କ ବିଜ୍ଞପ୍ତିରେ ତାଙ୍କୁ ‘ଭାରତର ପ୍ରଧାନମନ୍ତ୍ରୀ’ ବୋଲି ଲେଖା ଯାଇଥିଲା।