ଭୟରେ ଇସ୍ତଫା ଦେଲେ ଶେଖ୍ ହସିନା: ଭାରତ ଆସିଥିବା ସୂଚନା

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡିଛନ୍ତି। ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଂଲାଦେଶ ସେନା, ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୪୫ ମିନିଟର ଅଲ୍ଟିମେଟମ ଦେଇଥିଲା ବୋଲି ଚର୍ଚା ହେଉଛି । ଏହା ପରେ ତାଙ୍କ ବାସଭବନରେ ଶତାଧିକ ବିକ୍ଷୋଭକାରୀ ପ୍ରବେଶ କରିଥିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ଇସ୍ତଫା ଦେବା ପରେ ସେ ସେନା ହେଲିକପ୍ଟରରେ ଭାରତ ଚାଲିଆସିଥିବା କୁହାଯାଉଛି। ସଂରକ୍ଷଣ ବିବାଦକୁ ନେଇ ବିରୋଧୀମାନେ ଶେଖ ହାସିନାଙ୍କ ଇସ୍ତଫା ଦାବି କରିଥିଲେ । ହସିନାଙ୍କ ସରକାର ଚାକିରିରେ 30 ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପରେ ଆନ୍ଦୋଳନ ବଢ଼ିଥିଲା ।