ଆହତ ସାଂସଦଙ୍କୁ ଭେଟିଲେ ବୈଜୟନ୍ତ ପଣ୍ଡା

ସଂସଦ ପରିସରରେ ହୋଇଥିବା ଠେଲାପେଲା ଘଟଣାରେ ଆହତ ହୋଇଥିବା ଦୁଇ ସାଂସଦଙ୍କୁ ଭେଟିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ଆରଏମଏଲ ହସ୍ପିଟାଲରେ ପହଞ୍ଚି ବୈଜୟନ୍ତ ପଣ୍ଡା ଉଭୟଙ୍କୁ ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ବୈଜୟନ୍ତ ପଣ୍ଡା।